ୟୁଏଇରେ ଖେଳାଯିବାକୁ ଥିବା ଟ୍ରାଇ-ସିରିଜ ଓ ଏସିଆ କପ-୨୦୨୫ ପାଇଁ ପାକିସ୍ତାନ କ୍ରିକେଟ୍ ବୋର୍ଡ ୧୭ ଜଣିଆ ଦଳ ଘୋଷଣା କରିଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି କି ଦଳରୁ ବାବର ଆଜମ ଓ ମହମ୍ମଦ ରିଜୱାନ ବାଦ ପଡିଛନ୍ତି | ପାକିସ୍ତାନ କ୍ରିକେଟ ବୋର୍ଡ ଏହି ଦୁଇ ଖେଳାଳିଙ୍କୁ ଦୀର୍ଘ ସମୟ ଧରି ଟି-୨୦ ଦଳରେ ସୁଯୋଗ ଦେଇନାହାନ୍ତି | ବାବର ଓ ରିଜୱାନ ଉଭୟ ୧୪ ଡିସେମ୍ବର ୨୦୨୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପାକିସ୍ତାନ ପାଇଁ ତାଙ୍କର ଶେଷ ଟି-୨୦ ମ୍ୟାଚ ଖେଳିଥିଲେ | ଏହା ପରେ ଉଭୟ ପାକିସ୍ତାନ ଟି-୨୦ ଦଳକୁ ଫେରିବାର ସୁଯୋଗ ପାଇନାହାନ୍ତି | ନିକଟରେ ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିବା ଦିନିକିଆ ସିରିଜରେ ଉଭୟଙ୍କୁ ସୁଯୋଗ ମିଳିଥିଲା, କିନ୍ତୁ କୌଣସି ପ୍ରଭାବ ପକାଇବାରେ ସଫଳ ହୋଇନଥିଲେ ବାବର ଓ ରିଜୱାନ |
ସଲମାନ
ଅଲି ଆଘାଙ୍କୁ ପାକିସ୍ତାନ ଚୟନ କମିଟି ପୁଣି ଥରେ ଅଧିନାୟକ ରୂପେ ଚୟନ କରିଛି | ମାଂସପେଶୀରେ ଆଘାତ ଯୋଗୁଁ ୱେଷ୍ଟଇଣ୍ଡିଜ୍ ସିରିଜରୁ ବାଦ ପଡ଼ିଥିବା ବାମହାତୀ ବ୍ୟଟ୍ସମ୍ୟାନ ଫଖର ଜମାନ ଦଳରେ ସାମିଲ ହୋଇଛନ୍ତି | ଦ୍ରୁତ ବୋଲର ଭାବରେ ଶାହିନ ଶାହ ଆଫ୍ରିଦି, ହାରିସ୍ ରୌଫ୍ ଏବଂ ହାସନ ଅଲିଙ୍କୁ ଚୟନ କରାଯାଇଛି | ସାଏମ ଆୟୁବ, ହାସନ ନୱାଜ ଏବଂ ମହମ୍ମଦ ହାରିସଙ୍କ ଭଳି ଯୁବ ଖେଳାଳିଙ୍କୁ ପାକିସ୍ତାନ ଦଳରେ ସୁଯୋଗ ମିଳିଛି ।
ପାକିସ୍ତାନ ଦଳ- ସଲମାନ ଅଲି ଆଗା (ଅଧିନାୟକ), ଅବ୍ରାର ଅହମ୍ମଦ, ଫହିମ ଅଶ୍ରଫ, ଫଖର ଜମାନ, ହାରିସ୍ ରୌଫ୍, ହାସନ ଅଲି, ହାସନ ନୱାଜ, ହୁସେନ ତଲାଟ, ଖୁସଦିଲ ଶାହା, ମହମ୍ମଦ ହାରିସ (ୱିକେଟ୍ କିପର), ମହମ୍ମଦ ନୱାଜ, ମହମ୍ମଦ ୱାସିମ ଜୁନିୟର, ସାହିବାଜଦା ଫରହାନ, ସାଏମ ଆୟୁବ, ସଲମାନ ମିର୍ଜ଼ା, ଶାହିନ ଶାହ ଆଫ୍ରିଦି, ସୂଫୟାନ ମୋକିମ