ବର୍ଷା ଆଣିଲା ନୂଆ ମୋଡ, ହାରୁଥିବା ମ୍ୟାଚ ଜିତିପାରେ ଭାରତ!

ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପଞ୍ଚମ ଟେଷ୍ଟରେ ବର୍ଷା ଇଂଲଣ୍ଡକୁ ଭାରି ପଡିଛି। ସିରିଜରେ ୨-୧ ରେ ପଛୁଆ ଥିବା ଭାରତ ଏବେ ମ୍ୟାଚ ଜିତିବାକୁ ଲକ୍ଷ୍ୟ ରଖିଛି। ପଞ୍ଚମ ଟେଷ୍ଟରେ ହ୍ୟାରୀ ବୃକ ଓ ଜୋ ରୁଟ ଶତକ ହାସଲ କରିଥିଲେ। ବିଜୟ ଲକ୍ଷ୍ୟ ଠାରୁ ଇଂଲଣ୍ଡ ଅଳ୍ପ ରନ ପଛରେ ଥିବାବେଳେ ବର୍ଷା ମ୍ୟାଚରେ ନୂଆ ମୋଡ଼ ଆଣିଛି। ଦୁଇ ଇନ-ଫର୍ମ ଖେଳାଳି ଶତକ କରିବା ସତ୍ୱେ ନିଜ ୱିକେଟ ହରାଇଛନ୍ତି। ଏହା ସହ ଭାରତ ଚତୁର୍ଥ ଦିନ ଶେଷ ସୁଦ୍ଧା ୬ ଟି ୱ

ିକେଟ ନେବାରେ ସଫଳ ହୋଇଛି। ବର୍ଷା ବାଧକ ସାଜିବାରୁ ପଞ୍ଚମ ଦିନ ଉପରେ ସମସ୍ତଙ୍କ ନଜର ରହିଛି। ତେବେ ଇଂଲଣ୍ଡକୁ ଜିତିବାକୁ ୩୫ ଆବଶ୍ୟକ ଥିବାବେଳେ ଭାରତକୁ ଜିତିବା ପାଇଁ ଆଉ ୪ ଟି ୱିକେଟର ଆବଶ୍ୟକତା ରହିଛି। ପୂର୍ବରୁ କ୍ରିସ ଓକ୍ସ ଆହତ ଥିବାରୁ ସେ ବ୍ୟାଟିଂ କରିବେ ନା ନାହିଁ ସେ ନେଇ କୌଣସି ସୂଚନା ମିଳିପାରିନାହିଁ। ଯଦି ଓକ୍ସ ଉପଲବ୍ଧ ନ ରୁହନ୍ତି ତେବେ ଆଉ ୩ ଟି ୱିକେଟ ନେଲେ ଭାରତ ମ୍ୟାଚ ଜିତିବ। ପଞ୍ଚମ ଦିନରେ ମ୍ୟାଚ ଜିତି ସିରିଜ ଡ୍ର କରିବାକୁ ଲକ୍ଷ୍ୟ ରଖିବ ଭାରତ।