ଏସିଆ କପ 2025 ପୂର୍ବରୁ ବିସିସିଆଇର ଘରୋଇ ଟୁର୍ଣ୍ଣାମେଣ୍ଟ ଦୁଲିପ ଟ୍ରଫି ଖେଳାଯିବ | ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଟେଷ୍ଟ ଦଳର ଅଧିନାୟକ ଶୁଭମନ ଗିଲଙ୍କୁ ଉତ୍ତରାଞ୍ଚଳର ଅଧିନାୟକ ରୂପେ ଚୟନ କରାଯାଇଛି | କିନ୍ତୁ ବର୍ତ୍ତମାନ ମିଳିଥିବା ସୂଚନା ଅନୁଯାୟୀ ଶୁଭମନ ଗିଲ ଦୁଲିପ ଟ୍ରଫିରେ ଅଂଶଗ୍ରହଣ କରିବେ ନାହିଁ |
ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଚମତ୍କାର ପ୍ରଦର୍ଶନ ପରେ ତାଙ୍କୁ ଉତ୍ତରାଞ୍ଚଳର ଅଧିନାୟକ ରୂପେ ଚୟନ କରାଯାଇଥିଲା | କିନ୍ତୁ ନିକଟରେ ଖେଳାଯାଇଥିବା ଟେଷ୍ଟ ସିରିଜ ପରେ ଭାରତୀୟ ଫିଜିଓ ବିସିସିଆଇକୁ ଏକ ରିପୋର୍ଟ ଦେଇଛନ୍ତି, ଯେଉଁଥିରେ ସେ ଗିଲଙ୍କୁ ଦୁଲିପ ଟ୍ରଫିରେ ନ ଖେଳିବା ପାଇଁ ପରାମର୍ଶ ଦେଇଛନ୍ତି | ତେବେ ବର୍ତ୍ତମାନ ଗିଲ ଛୁଟିରେ ରହି ସମୟ ଅତିବାହିତ କରୁଛନ୍ତି, ନିଜ ସୋସିଆଲ ମିଡ଼ିଆ ପୋଷ୍ଟରେ ଗିଲ ଭ୍ରମଣ କରୁଥିବା ନଜର ଆସିଛନ୍ତି |
28 ଅଗଷ୍ଟରୁ ଆରମ୍ଭ ହେବ ଦୁଲିପ ଟ୍ରଫି :
ଦୁଲିପ ଟ୍ରଫିର ପ୍ରଥମ ମ୍ୟାଚ 28 ଅଗଷ୍ଟରେ ଖେଳାଯିବ | ଗିଲଙ୍କ ନେତୃତ୍ୱରେ ଉତ୍ତରାଞ୍ଚଳ
an>
ବେଙ୍ଗାଲୁରୁର ବିସିସିଆଇ ସେଣ୍ଟର ଅଫ୍ ଏକ୍ସେଲେନ୍ସ ଗ୍ରାଉଣ୍ଡରେ ପୂର୍ବାଞ୍ଚଳ ସହିତ ପ୍ରଥମ ମ୍ୟାଚ ଖେଳିବ। ଯଦି ଗିଲ ମ୍ୟାଚ ନ ଖେଳନ୍ତି ତେବେ ଦଳର ଉପ-
ଅଧିନାୟକ ଅଙ୍କିତ କୁମାର ଦଳର ନେତୃତ୍ୱ କରିବେ |
ତେବେ ବର୍ତ୍ତମାନ ସୁଦ୍ଧା ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ |
କେବେ ବାହାରିବ ଭାରତୀୟ ଦଳ :
ଭାରତର ନଜର ବର୍ତ୍ତମାନ ଏସିଆ କପ 2025 ଉପରେ ରହିଛି, ଯାହାକି 9 ସେପ୍ଟେମ୍ବରରୁ ଆରମ୍ଭ ହେବ | ଭାରତୀୟ ଦଳ ନିଜର ପ୍ରଥମ ମ୍ୟାଚ 10 ସେପ୍ଟେମ୍ବରରେ ୟୁଏଇ ବିପକ୍ଷରେ ଖେଳିବ | ମିଳିଥିବା ସୂଚନା ଅନୁଯାୟୀ ଭାରତୀୟ ଦଳ 4 କିମ୍ବା 5 ସେପ୍ଟେମ୍ବରରେ ଏସିଆ କପ ପାଇଁ ଦୁବାଇ ବାହାରିବ | ତେବେ ଯଦି ଉତ୍ତରାଞ୍ଚଳ ଦୁଲିପ ଟ୍ରଫିର ନକ ଆଉଟ ଷ୍ଟେଜରେ ପହଞ୍ଚେ ତେବେ ଅଧିନାୟକ ଗିଲ ଉପସ୍ଥିତ ନଥିବେ | ଏସିଆ କପ ପାଇଁ ଗିଲ ମାନସିକ ଓ ଶାରୀରିକ ସ୍ଥରରେ ସୁସ୍ଥ ରହିବା ସହ ଚଳିତ ସିଜିନରେ ଦଳର ଉପ-ଅଧିନାୟକ ଥିବାରୁ ଦୁଲିପ ଟ୍ରଫିରୁ ବାଦ ରହିଲେ ଭଲ ହେବ |
ଖବର ଓଡ଼ିଶା 01/10/2024