ଘୋଷଣା ହେଲା ଦଲୀପ ଟ୍ରଫି ଦଳ, ପୂର୍ବାଞ୍ଚଳ ଦଳରେ ଓଡ଼ିଶାର ସନ୍ଦୀପ ପଟନାୟକ

 ଚଳିତ ବର୍ଷ ଦଲୀପ ଟ୍ରଫି ଅନ୍ତଃଜୋନ କ୍ରିକେଟ ପ୍ରତିଯୋଗିତାର ପୂର୍ବାଞ୍ଚଳ ଦଳରେ ଓଡ଼ିଶାର ବ୍ୟାଟ୍ସମ୍ୟାନ ସନ୍ଦୀପ ପଟନାୟକ ସ୍ଥାନ ପାଇଛନ୍ତି | ଘୋଷଣା ହୋଇଥିବା 15  ଜଣିଆ ଦଳରେ ସନ୍ଦୀପ ଏକମାତ୍ର ଓଡ଼ିଆ ଖେଳାଳି ହୋଇଥିବାବେଳେ ସ୍ୱସ୍ତିକ ସାମଲ ଓ ଆଶୀର୍ବାଦ ସ୍ୱାଇଁ ଷ୍ଟାଣ୍ଡବାଏ ତାଲିକାରେ ଅଛନ୍ତି | ତେବେ ଏହି ପ୍ରତିଯୋଗିତା ଅଗଷ୍ଟ 28 ରୁ ସେପ୍ଟେମ୍ବର 15 ତାରିଖ ପର୍ଯ୍ୟନ୍ତ ବେଙ୍ଗାଲୁରୁର ବିସିସିଆଇ

ତ୍କର୍ଷ କେନ୍ଦ୍ରରେ ଖେଳାଯିବ | ପୁର୍ବାଞ୍ଚଳ ଏହି ପ୍ରତିଯୋଗିତାର ପ୍ରଥମ ମ୍ୟାଚ ଅଗଷ୍ଟ 28 ରେ ଉତ୍ତରାଞ୍ଚଳ ବିପକ୍ଷରେ ଖେଳିବ | ପୂର୍ବାଞ୍ଚଳର ଅଧିନାୟକ ଭାବେ ଈଶାନ କିଷାନଙ୍କୁ ଚୟନ କରାଯାଇଥିବାବେଳେ ଅଭିମନ୍ୟୁ ଈଶ୍ୱରନଙ୍କୁ ଉପଅଧିନାୟକ ରୂପେ ଚୟନ କରାଯାଇଛି | ଏହି ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରି ଆଗାମୀ ଦିନରେ ଆଇପିଏଲ କିମ୍ବା ବିସିସିଆଇର ଅନ୍ୟ ଘରୋଇ ପ୍ରତିଯୋଗିତାରେ ସୁଯୋଗ ପାଇବା ପାଇଁ ସନ୍ଦୀପଙ୍କ ପାଖରେ ଭଲ ସୁଯୋଗ ରହିଛି |