ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଆଣ୍ଡରସନ-ତେନ୍ଦୁଲକର 2025 ଟ୍ରଫିରେ 2-1 ରେ ଆଗୁଆ ଥିବା ଇଂଲଣ୍ଡର ସିରିଜ ଜିତିବା ସ୍ୱପ୍ନକୁ ଧୂଳିସାତ କରିଛି ଗିଲ ବାହିନୀ | ଯୁବ ଶୁଭମନ ଗିଲ ଙ୍କ ନେତୃତ୍ୱ ରେ ପଡିଆକୁ ଓହ୍ଲାଇଥିବା ଦଳ କମବ୍ୟାକ କରି ପଞ୍ଚମ ଟେଷ୍ଟ କୁ ମାତ୍ର 6 ରନ ରେ ବାଜି ମାର
ଛି | ଯଶପ୍ରୀତ ବୁମରାଙ୍କ ଅନୁପସ୍ଥିତି ରେ ମହମ୍ମଦ ଶିରାଜ ପଞ୍ଚମ ଟେଷ୍ଟ ରେ ସମୁଦାୟ 9 ଟି ୱିକେଟ୍ ନେଇଛନ୍ତି ଓ ଭାରତକୁ ସିରିଜ ଡ୍ର କରାଇବାରେ ସାହାଯ୍ୟ କରାଇଛନ୍ତି | ବିଶେଷ କରି ଦ୍ଵିତୀୟ ଇନିଂସରେ ରୁଟ ଓ ବୃକ ଙ୍କ ଶତକ ସତ୍ୱେ ହାର ନମାନି ଶିରାଜ ଓ କ୍ରିଷ୍ଣା ଚମତ୍କାର ବୋଲିଂ କରି ସିରିଜ ଡ୍ର କରାଇଛନ୍ତି |