ଅଲ୍ ଇଣ୍ଡିଆ ଫୁଟବଲ୍ ଫେଡେରେସନ୍ (AIFF) ଭାରତୀୟ ପୁରୁଷ ଫୁଟବଲ୍ ଦଳର ନୂତନ ମୁଖ୍ୟ ପ୍ରଶିକ୍ଷକ ଭାବରେ ଖାଲିଦ ଜାମିଲଙ୍କୁ ନିଯୁକ୍ତି କରିଛି | ଶୁକ୍ରବାର ଅଲ୍ ଇଣ୍ଡିଆ ଫୁଟବଲ୍ ଫେଡେରେସନ୍ (AIFF) ପକ୍ଷରୁ ସୋସିଆଲ ମିଡ଼ିଆ ଏକ୍ସ ରେ ଏହି ସୂଚନା ଦିଆଯାଇଛି | ପ୍ରାୟ ଏକ ଦଶନ୍ଧି ପରେ ଜାମିଲ ପ୍ରଥମ ଭାରତୀୟ ହୋଇଛନ୍ତି ଯିଏକି ଭାରତୀୟ ସିନିୟର ଦଳର ମୁଖ୍ୟ ପ୍ରଶିକ୍ଷ
ଭାବେ ନିଯୁକ୍ତି ପାଇଛନ୍ତି | 2011 - 2012 ପର୍ଯ୍ୟନ୍ତ ସାଭିଓ ମୈଦେରା ମୁଖ୍ୟ ପ୍ରଶିକ୍ଷକ ଭାବେ ଭାରତୀୟ ଦଳରେ ସାମିଲ ଥିଲେ | ଭାରତୀୟ ଦଳର ପ୍ରଦର୍ଶନରେ ଉନ୍ନତି ଆଣିବା ପାଇଁ AIFF ବିଦେଶୀ କୋଚଙ୍କୁ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ଚୟନ କରିଥିଲା | ଏହା ସତ୍ୱେ ମଧ୍ୟ କୌଣସି ପରିବର୍ତ୍ତନ ନହେବାରୁ ପୁଣି ଥରେ ଭାରତୀୟ ପ୍ରଶିକ୍ଷକଙ୍କ ଉପରେ ଆଶା ରଖିଛି AIFF |