ଭାରତ ଓ ଇଂଲଣ୍ଡ ପଞ୍ଚମ ଟେଷ୍ଟର ଚତୁର୍ଥ ଦିନରେ ଜୋ ରୁଟ୍ ଓ ହ୍ୟାରି ବୃକ ଉଭୟ ଶତକ ହାସଲ କରିଛନ୍ତି | ଏହି ଚମତ୍କାର ଇନିଂସ ସହ ଜୋ ରୁଟ୍ ଆଉ ଏକ ରେକର୍ଡ କରିଛନ୍ତି | ଭାରତ ବିପକ୍ଷରେ ଏହି ଶତକ ସହିତ, ଜୋ ରୁଟ୍ ଆଣ୍ଡରସନ୍-ତେନ୍ଦୁଲକର ଟ୍ରଫି 2025 ରେ ମୋଟ 537 ରନ ପୂରଣ କରିଛନ୍ତି। ଏହା ସହ ରୁଟ୍ ଭାରତ ବିପକ୍ଷରେ ତିନୋଟି ଅଲଗା ଅଲଗା ଟେଷ୍ଟ ସିରିଜରେ 500 ରୁ ଅଧିକ ରନ କରିଥିବା ଏକମାତ୍ର ବ୍ୟାଟ୍ସମ୍ୟାନ ହୋଇଛନ୍ତି। ପଞ୍ଚମ ଟେଷ୍ଟ କେନିଂଟନ୍ ଓଭାଲରେ ରୁଟ୍ ଙ୍କ ଶତକ ପରେ ସେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ 6000 ରନ ଅତିକ୍ରମ କରିଥିବା ପ୍ର
ଥମ ଖେଳାଳି ହୋଇଛନ୍ତି। ଏହା ବ୍ୟତୀତ ବର୍ତ୍ତମାନ ଅନ୍ତର୍ଜାତୀୟ କ୍ରିକେଟ ଖେଳୁଥିବା ଖେଳାଳିଙ୍କ ମଧ୍ୟରେ ଟେଷ୍ଟରେ ସର୍ବାଧିକ ଶତକ ହାସଲ କରିଥିବା ଖେଳାଳି ହୋଇଛନ୍ତି। ଟେଷ୍ଟ କ୍ରିକେଟରେ ସର୍ବାଧିକ ଶତକ ହାସଲ କରିଥିବା ଖେଳାଳିଙ୍କ ତାଲିକାରେ ମଧ୍ୟ ରୁଟ୍ ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି । ଶ୍ରୀଲଙ୍କାର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ କୁମାର ସାଙ୍ଗାକାରା 38 ଟି ଶତକ କରିଥିଲେ | ଏବେ ରୁଟ ସାଙ୍ଗାକାରା ଙ୍କୁ ପଛରେ ପକାଇ ଦେଇଛନ୍ତି। ଏବେ କେବଳ ରିକି ପଣ୍ଟିଂ (41 ଟି ଶତକ ), ଜ୍ୟାକ୍ କାଲିସ୍ (45 ଟି ଶତକ ) ଏବଂ ସଚିନ୍ ତେନ୍ଦୁଲକର (51 ଟି ଶତକ ) ଜୋ ରୁଟ୍ ଙ୍କ ଆଗରେ ଅଛନ୍ତି।