ଖୁବ ଶୀଘ୍ର ଘୋଷଣା ହେବ ଭାରତୀୟ ଦଳ, ବାଦ ପଡିବେ ଗିଲ!

୯ ସେପ୍ଟେମ୍ବରରେ ଆରମ୍ଭ ହେବାକୁ ଯାଉଛି ଏସିଆ କପ, କିନ୍ତୁ ବର୍ତ୍ତମାନ ସୁଦ୍ଧା ଭାରତୀୟ ଦଳ ଘୋଷଣା ହୋଇନାହିଁ । ତେବେ ଅଗଷ୍ଟ ୧୯ ରେ ଦଳ ଘୋଷଣା ହୋଇପାରେ । ଭାରତୀୟ ଦଳ ଚୟନ ପାଇଁ ଚୟନ କମିଟି ବୈଠକ ମଙ୍ଗଳବାର ମୁମ୍ବାଇରେ ଅନୁଷ୍ଠିତ ହୋଇପାରେ । ଏହା ପରେ ସ୍ପଷ୍ଟ ହେବ କେଉଁ ଖେଳାଳି ଦଳରେ ସ୍ଥାନ ପାଇବେ ଓ କିଏ ଦଳରୁ ବାଦ ପଡିବ । 

 

ଏସିଆ କପ ୨୦୨୫ ରେ ଭାରତୀୟ ଦଳର ଓପନିଂ ଯୋଡି କୁ ନେଇ ବେଶ ଚର୍ଚ୍ଚା ଚାଲିଛି । ଭାରତୀୟ ଟେଷ୍ଟ ଅଧିନାୟକ ଶୁଭମନ ଗିଲ ବାଦ ପଡିପାରନ୍ତି ବୋଲି ମଧ

୍ୟ ଶୁଣିବାକୁ ମିଳୁଛି | ଚୟନ କମିଟି ଓପନିଂ ପାଇଁ ଅଭିଷେକ ଶର୍ମା ଓ ସଞ୍ଜୁ ସାମସନଙ୍କୁ ଦଳରେ ସାମିଲ କରିବେ ଏବଂ ୟଶସ୍ଵୀ ଜେସୱାଲ ଓପନିଂ ପାଇଁ ତୃତୀୟ ବିକଳ୍ପ ହେବେ । 

 

ସେହିପରି ଇଂଲଣ୍ଡ ଗସ୍ତରେ ଭାରତ ପାଇଁ ସର୍ବାଧିକ ୱିକେଟ୍ ନେବା ସତ୍ତ୍ୱେ ମଧ୍ୟ ମହମ୍ମଦ ସିରାଜ ଏସିଆ କପ୍ ୨୦୨୫ ରୁ ବାଦ ପଡିପାରନ୍ତି। ଯଶପ୍ରୀତ ବୁମରା ମଧ୍ୟ ଉପଲବ୍ଧ ରହିବେ ଓ ସେ ମଧ୍ୟ ଦଳରେ ସାମିଲ ହୋଇପାରନ୍ତି । ବୁମରାଙ୍କ ବ୍ୟତୀତ ଅର୍ଶଦୀପ ସିଂ, ପ୍ରସିଦ୍ଧ କ୍ରିଷ୍ଣା ଓ ହର୍ଷିତ ରାଣା ମଧ୍ୟ ଚଳିତ ଏସିଆ କପ ପାଇଁ ସୁଯୋଗ ପାଇପାରନ୍ତି ।