ସେପ୍ଟେମ୍ବର 9 ରୁ ଏସିଆ କପ, ଚୟନକର୍ତ୍ତାଙ୍କ ନଜରରେ ଗିଲ ଓ ଜେସୱାଲ!

ଏସିଆ କପ୍ 2025 ସେପ୍ଟେମ୍ବର 9 ରୁ ଆରମ୍ଭ ହେବାକୁ ଯାଉଛି, କିନ୍ତୁ ବର୍ତ୍ତମାନ ସୁଦ୍ଧା ଭାରତୀୟ ଦଳ ଘୋଷଣା କରାଯାଇନାହିଁ | ଅଗଷ୍ଟ ଶେଷ ସୁଦ୍ଧା ଦଳ ଘୋଷଣା ହେବ ବୋଲି ଆଶା କରାଯାଉଛି | ତେବେ ଚଳିତ ବର୍ଷର ଏସିଆ କପ ଟି-20 ଫର୍ମାଟ ରେ ଖେଳାଯିବ | ଶେଷ ଥର ଏସିଆ କପ ଫାଇନାଲରେ ଶ୍ରୀଲଙ୍କା ବିପକ୍ଷରେ ଭାରତ ଏକ ସହଜ ବିଜୟ ହାସଲ କରିଥିଲା ଓ ଭାରତ 2024 ଟି-20 ବିଶ୍ୱକପରେ ମଧ୍ୟ ବିଜୟ ହାସଲ କରି ବିଶ୍ୱ ବିଜେତା ହୋଇଛି | ତେଣୁ ଚଳିତ ଏସିଆ କପ ଜିତିବାକୁ ଭାରତୀୟ ଦଳ ଲକ୍ଷ୍ୟ ରଖିବ | ତେବେ କେଉଁ କେଉଁ ଖେଳାଳିଙ୍କୁ ସୁଯୋଗ ମିଳିବ ତାହା ଉପରେ ସମସ୍ତ ନଜର | ମିଳିଥିବା ସୂଚନା ଅନୁଯାୟୀ ଚୟନ କମିଟି ଶୁଭମନ ଗିଲ, ୟଶସ୍ଵୀ ଜେସୱାଲ ଓ ସାଇ ସୁଦର୍ଶନଙ୍କ ଉପରେ ନଜର ରଖିଛନ୍ତି | ଏ

ହା ବ୍ୟତୀତ ଆଇପିଏଲ ରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ମଧ୍ୟ ସୁଯୋଗ ମିଳିପାରେ | ରୋହିତ ଶର୍ମା, ବିରାଟ କୋହଲି ଓ ରବୀନ୍ଦ୍ର ଜାଡେଜା ଟି-20 କ୍ରିକେଟ୍ରୁ ଅବସର ଘୋଷଣା କରିଥିବାରୁ ଅନେକ ଖେଳାଳିଙ୍କ ପାଖରେ ସୁଯୋଗ ରହିଛି ଭାରତୀୟ ଦଳରେ ସ୍ଥାନ ପକ୍କା କରିବା ପାଇଁ | ତେବେ ଶୁଭମନ ଗିଲ ଓ ୟଶସ୍ଵୀ ଜେସୱାଲ ଙ୍କ ବର୍ତ୍ତମାନର ଫର୍ମ ଓ ଗତ ଆଇପିଏଲ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଭାରତୀୟ ଚୟନକର୍ତ୍ତା ତାଙ୍କୁ ସୁଯୋଗ ଦେଇପାରନ୍ତି | ଅନ୍ୟପଟେ ଯଶପ୍ରତି ବୁମରା ଓ ମହମ୍ମଦ ଶିରାଜଙ୍କ କାର୍ଯ୍ୟଭାର କୁ ଦୃଷ୍ଟିରେ ରଖି ସେମାନଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇପାରେ | ତେବେ ଆଗାମୀ ଟି-20 ବିଶ୍ୱକପ କୁ ଦୃଷ୍ଟିରେ ରଖି ମଧ୍ୟ ଖେଳାଳିଙ୍କ ଚୟନ କରାଯାଇପାରେ |